ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହାନ
Advertisement
trendingNow12108827

ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହାନ

Odisha Politics: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଆସୁ ଆସୁ ସାମ୍ୱାଦିକଙ୍କ ସାମ୍ନାରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିବରାଜ ।

ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ତେବେ ଆସୁ ଆସୁ ସାମ୍ୱାଦିକଙ୍କ ସାମ୍ନାରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶିବରାଜ ।

ସେ କହିଛନ୍ତି ଯେ, ରାଜ୍ୟରେ ଏଠି ଆଉଟସୋର୍ସିଂ ସରକାର ଚାଲିଛି । ଦୁର୍ନୀତିର ସମସ୍ତ ସୀମା ପାର୍ କରୁଛନ୍ତି ରାଜ୍ୟ ସରକାର । ଏପରି ମଧ୍ୟ ଘଟଣା ସାମ୍ନାକୁ ଆସୁଛି ଯେଉଁଠି ଜୀବିତ ଲୋକଙ୍କୁ ମୃତ ସଜାଇ ପ୍ରଚାର ପ୍ରସାର କରାଯାଉଛି । ରାଜ୍ୟ ସରକାର ନିଜେ ସରକାର ଚଳାଉଛନ୍ତି କି ନାହିଁ ତାହା ମଧ୍ୟ ସନ୍ଦେହରେ ବୋଲି ଶିବରାଜ ସିଂ ଚୋହ୍ୱାନ କହିଛନ୍ତି । କେବଳ ସେତିକି ନୁହେଁ, ମହିଳାଙ୍କ ଉପରେ ଅତ୍ୟାଚାର ମଧ୍ୟ ବଢିବାରେ ଲାଗିଛି । କେନ୍ଦ୍ରରୁ ଆସୁଥିବା ଯୋଜନା ଗୁଡିକୁ ରି-ବ୍ରାଣ୍ଡିଂ କରି ଲୋକଙ୍କ ନିକଟରେ ପହଞ୍ଚା ଯାଉଛି । କେନ୍ଦ୍ର ସରକାର ଦେଉଥିବା ଟଙ୍କା ସଠିକ୍ ଭାବରେ ବିନିଯୋଗ କରିପାରୁନାହିଁ ରାଜ୍ୟ । ଅନେକ ଅଭିଯୋଗ ଆଣିବା ସହ ଏଥର ଲୋକମାନେ ମୋଦି ସରକାରଙ୍କ ଉପରେ ଆସ୍ଥା ଭାଜନ କରିଛନ୍ତି ବୋଲି ଚୌହ୍ୱାନ କହିଛନ୍ତି । ଚଳିତ ଥର ବିଜେପିକୁ ଲୋକମାନେ ବୋହୁ ମତରେ ଜିତାଇବେ ଏବଂ ସବୁ ଦୁର୍ନୀତି ଉପରେ ପୂର୍ଣ୍ଣଛେଦ ପଡିବ ବୋଲି ଶିବରାଜ ମତବ୍ୟକ୍ତ କରିଛନ୍ତି ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- Reliance: ମୁକେଶ ଅମ୍ୱାନୀଙ୍କୁ ଆଉ ଏକ ସଫଳତା, ଦେଶର ନମ୍ୱର ୱାନ କମ୍ପାନୀ ହେଲା ରିଲାଏନ୍ସ

Trending news